ଭୁବନେଶ୍ୱର : ବିଧାନସଭାରେ ଉଠିଲା ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା । ରାଜ୍ୟରେ କେଉଁ ବର୍ଷ କେତେ ଦୁର୍ଘଟଣା ଘଟିଛି ଏବଂ କେଉଁ ବର୍ଷ କେତେ ଲୋକ ମୃତାହତ ହୋଇଛନ୍ତି ସେ ବାବଦରେ ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ଗୃହରେ ଏହି ପ୍ରଶ୍ନ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଅପରାଧ ଶାଖାରୁ ସଂଗୃହୀତ ତଥ୍ୟ ମୁତାବକ ୨୦୨୦ରୁ ୨୦୨୩ ବିଗତ ତିନି ବର୍ଷରେ ମଦ୍ୟପାନ ଯୋଗୁଁ ଘଟିଲାଣି ୨୧୯୭ଟି ଦୁର୍ଘଟଣା । ଚେକିଂ ବେଳେ ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ସେହଭଳି ଗତ ୫ ବର୍ଷରେ ୫୬ ହଜାର ୮୩୧ଟି ସଡ଼କ ଦୁର୍ଘଟଣାରେ ୨୭ ହଜାର ୧୬୭ଟି ଜୀବନ ଯାଇଛି ଏବଂ ୫୦ ହଜାର ୪୧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।
Views: 24