ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିବ ତାତି । ପ୍ରଚଣ୍ଡ ଖରା ଏବେ ଲୋକଙ୍କୁ କଲବଲ କଲାଣି । ସକାଳ ହେଉ ହେଉ ଖରା ଆସି ମୁଣ୍ଡ ଉପରେ ପହଁଚିଲାଣି । ଡହଡହ ଖରାରେ ଘରୁ ବାହାରିବା ବି କଷ୍ଟକର ହୋଇପଡୁଛି । ଆସନ୍ତା୨୯ରୁ ହିଟୱେଭ୍ ଆଶଙ୍କା । ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୪ଦିନରେ ତାପମାତ୍ରାରେ ପରିବର୍ତ୍ତନ ଆସିବ। ଧୀରେ ଧୀରେ ତାପମାତ୍ରା ବଢିବ । ଏବେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିଛି ତାପମାତ୍ରା । ୨୯ ତାରିଖ ବେଳକୁ ତାପମାତ୍ରା ବଢିବ। ସମ୍ବଲପୁର, ସୁବର୍ଣ୍ଣପୁର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୨୯ ତାରିଖରେ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଟପିପାରେ ।
Views: 26