ଭୁବନେଶ୍ୱର : ଉପର ମୁଣ୍ଡରେ ପ୍ରବଳ ବର୍ଷା । ତଳି ଅଂଚଳରେ ପାଣି ପଶୁଛି । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମୋଟ୍ ୨୬ ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦକୁ ୪ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୪ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦ ଗେଟ୍ । ମୁଣ୍ଡୁଳୀରୁ ୭ଲକ୍ଷ କ୍ୟୁସେକ୍ ବନ୍ୟାଜଳ ନିଷ୍କାସିତ ହେଉଛି । ଆଉ ଦୁଇ ତିନି ଦିନ ଏଭଳି ପାଣି ନିଷ୍କାସନ ଜାରି ରହିବ । ତଳି ଅଂଚଳର କିଛି ସ୍ଥାନରେ ପାଣି ପଶିଛି । ଏନେଇ ଏସଆରସିଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା ସେ କହିଛନ୍ତି ।
Views: 76