ଭୁବନେଶ୍ୱର : ରାଜ୍ୟରେ ଖାଲି ପଡିଛି ପୋଲିସ ପଦବୀ । ସ୍ୱାସ୍ଥ୍ୟସେବା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତରଙ୍କ ଅଭାବ ଥିବାବେଳେ ରାଜ୍ୟର ଆଇନଶୃଙ୍ଖଳା ନିର୍ଭର କରୁଥିବା ପୋଲିସ ବିଭାଗରେ ବି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଅଭାବ । ଏନେଇ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତଥ୍ୟ ଅନୁସାରେ, ରାଜ୍ୟରେ ଖାଲି ପଡ଼ିଛି ୧୩ ହାଜର ୩୭୩ ପୋଲିସ ପଦବୀ । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ ଖାଲି ପଡିଥିବାବେଳେ,୨୪୧୬ ହୋମଗାର୍ଡ ପଦବୀ ଖାଲିପଡ଼ିଛି ।କେବଳ ଏତିକି ନୁହେଁ , ବିଭିନ୍ନ ଜିଲ୍ଲାରେ ଥିବା ଜେଲ ଓ ସବଜେଲମାନଙ୍କରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତୀ ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ପୋଲିସ ଆଧୁନିକୀକରଣ, ମାଓ ଓ ନକ୍ସଲ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୋଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଂଜୁୁର କରିଛନ୍ତି ।
ରାଜ୍ୟରେ ଖାଲି ପଡିଛି ୧୩ ହଜାର ୩୭୩ ପୋଲିସ ପଦବୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...