ଓଡ଼ିଶା ସରକାରକୁ ଚଳାଉଛି କିଏ ? ମଞ୍ଚତଳୁ ଜନତାଙ୍କ ଉତ୍ତର ଆସିଲା, ଜଣେ ଅଫିସର। ନଡ୍ଡା କହିଲେ ତଦନ୍ତ କରିବି। ତୁମୁଡିବନ୍ଧ ସଭାମଞ୍ଚରୁ ଆଜି ଏମିତି ଢଙ୍ଗରେ ଭାଷଣ ଛଳରେ ରାଜ୍ୟ ସରକାର ଙ୍କୁ ନିଶାନା କରି ଗୋଟିଏ ପରେ ପ୍ରସଙ୍ଗରେ ଉତ୍ତର ମାଗିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେ.ପି. ନଡ୍ଡା। ତାସହ ନଡ୍ଡା ଅଭିଯୋଗ କରିଥିଲେ-ପ୍ରଦେଶର ହିତ କଥା କହୁଥିବା ନବୀନ, ରାଜ୍ୟର ୬୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି। ମୋଦି ସ୍ବାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି, ହେଲେ ସେଥିରେ ସେ ଅନ୍ତରାୟ ସାଜିଛନ୍ତି।

ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର କାହିଁକି ସୁରକ୍ଷିତ ରଖାଯାଉନି ବୋଲି ନଡ୍ଡା ପ୍ରଶ୍ନ କରି ଅସଲି ଚାବି କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ଙ୍କଠୁ ଜବାବ ମାଗିଥିଲେ। ଏଥିସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ନଡ୍ଡା। NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶା ରେ ଦ୍ୱିଗୁଣିତ ହୋଇଛି। ସବୁଠୁ ଅଧିକ ମହିଳା ଓ ମାନବ ଚାଲାଣ ଓଡ଼ିଶାରୁ ହେଉଛି। ଓଡ଼ିଶା ପୋଲିସ ଉପରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ କିପରି ସୁରକ୍ଷା ଦେବ ବୋଲି ନଡ୍ଡା ପ୍ରଶ୍ନ କରିବା ସହ କ୍ଷମତାରେ ଥିବା ସରକାରକୁ ଆଉ ରଖାଯିବା ଉଚିତ୍ କି ବୋଲି ପ୍ରଶ୍ନ କରିଥିଲେ।