ରାଜସ୍ଥାନ : ସ୍କୁଲ ଶିକ୍ଷାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ୟବହାର ବଢିବାରେ ଲାଗିଛି । କରୋନା ପରେ ଅନଲାଇନ କ୍ଲାସ ସ୍କୁଲ ସିଷ୍ଟମର ଅଂଶ ହୋଇଛି । ସ୍କୁଲ ପିଲାଙ୍କ ନିର୍ଭରତା ମୋବାଇଲ, ଲାପଟପ୍ ଏବଂ ଇଣ୍ଟରନେଟରେ ବଢୁଛି । ଏହି କାରଣ ଯୋଗୁଁ ପିଲାମାନେ ବହି ଠାରୁ ଦୂରେଇ ଯାଉଛନ୍ତି । ଏହାକୁ ନେଇ ଶିକ୍ଷା ବିଶେଷଜ୍ଞ ଚିନ୍ତାରେ ରହିଛନ୍ତି । ଏହାକୁ ଦେଖି ରାଜ୍ୟ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ରାଜସ୍ଥାନ ସରକାର ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଖବରକାଗଜ ପଢିବା ବାଧ୍ୟତାମୂଳକ କରିଛନ୍ତି । ଏହା ପୂର୍ବରୁ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇସାରିଛନ୍ତି ।
ରାଜସ୍ଥାନ ସରକାର ଶିକ୍ଷା ସଚିବ ଆଦେଶ ଜାରି କରିଛନ୍ତି । ଏହା ଅଧିନରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ପ୍ରତିଦିନ ଖବରକାଗଜ ପଢିବା ବାଧ୍ୟତାମୂଳକ ହେବ । ଛାତ୍ରଛାତ୍ରୀ ପ୍ରତିଦିନ ୧୦ ମିନିଟ୍ ଯାଏଁ ଖବର କାଗଜ ପଢିବାକୁ ହେବ । ଶିକ୍ଷା ସଚିବ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଜାତୀୟ ଏବଂ ଅର୍ନ୍ତଜାତୀୟ ଘଟଣା ବିଷୟରେ ଜାଣିବାକୁ ହେବ ଏବଂ ତାହା ସହିତ ପଢିବା ଅଭ୍ୟାସ ହେବ । ଛାତ୍ରଛାତ୍ରୀ ପଢୁଥିବା ଖବରକାଗଜରୁ ୫ ଟି ନୂଆ ଶବ୍ଦ ବାଛିବେ ଏବଂ ଏହାକୁ ପ୍ରାର୍ଥନା ସଭାରେ ସମସ୍ତଙ୍କୁ କହିବେ । ଏହାଦ୍ବାରା ପିଲାଙ୍କ ଶବ୍ଦାବଳୀରେ ସୁଧାର ହେବ । ପ୍ରାର୍ଥନା ସଭାରେ ପିଲାମାନେ ଖବରକାଗଜ ପଢିବେ । ସେହିପରି ୬ରୁ ୧୨ଶ ଯାଏଁ ପିଲାମାନେ ଜାତୀୟ ଏବଂ ଅର୍ନ୍ତଜାତୀୟ ଖବର ପଢିବେ ।
ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି ; ସ୍କୁଲରେ ଛାତ୍ରୀଛାତ୍ରୀ ନ୍ୟୁଜପେପର ପଢିବା ବାଧ୍ୟତାମୂଳକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











