ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ଆଜିଠୁ ୧୦୦ ୟୁନିଟ ମାଗଣା ବିଦ୍ୟୁତ୍ । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ୍ ଦେବେ ସରକାର । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଲୋକଙ୍କ ସହ କଥା ହେବା ପରେ ବିଜୁଳି ସ୍ଲାବରେ ସାମାନ୍ୟ କମ କରିବାକୁ ପରାମର୍ଶ ମିଳିଥିଲା । ମେ ମାସର ବିଜୁଳି ଖର୍ଚ୍ଚ ଅଧିକ ନେଇ ଲୋକଙ୍କଠାରୁ ଫିଡ୍ ବ୍ୟାକ୍ ମିଳିଛି । ଏହାକୁ ଆଧାର କରି ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅଶୋକ ଗେହଲଟ । ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ୍ ବିଜୁଳି ବ୍ୟବହାର କରିବେ ସେମାନଙ୍କ ବିଲ୍ ଦେବାକୁ ପଡ଼ିବ ନାହିଁ । ପ୍ରଥମ ୧୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ । ଚଳିତବର୍ଷ ଡିସେମ୍ବର ମାସରେ ରାଜସ୍ଥାନରେ ନିର୍ବାଚନ ଅଛି ।
Views: 70