ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମାଙ୍କ ଶପଥ ଗ୍ରହଣ । ଶପଥ ପାଠ କରାଇଲେ ରାଜ୍ୟପାଳ କଲରାଜ ମିଶ୍ର । ଦୀୟା କୁମାରୀ ଓ ପ୍ରେମ ଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତା ମଧ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଆଜି ଭଜନଲାଲଙ୍କର ଜନ୍ମଦିନ । ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ । ରାଜସ୍ଥାନରେ ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ସମସ୍ତଙ୍କୁ ଚକତି କରିଥିଲା । କାରଣ ରେସରେ ବସୁନ୍ଧରା ରାଜେ ଥିଲେ ମଧ୍ୟ ତାଙ୍କୁ ପଛରେ ପକାଇ ପ୍ରଥମଥର ବିଧାୟକ ହୋଇଥିବା ଭଜନଲାଲଙ୍କ ଉପରେ ଭରସା କରିଥିଲେ ବିଜେପିର ଶୀର୍ଷ ନେତୃତ୍ୱ ।
Views: 101











