ଭୁବନେଶ୍ୱର : ରାଜଧାନୀରେ ସମିତି ସଭ୍ୟ/ସଭ୍ୟା । ୧୨ ଦଫା ଦାବି ନେଇ ଗର୍ଜିଲେ । ସମିତିସଭ୍ୟ ମାନଙ୍କ ପାଇଁ କୈାଣସି ନିୟମ ବ୍ୟବସ୍ଥା ନ ଥିବା ନେଇ ବର୍ଷିଲେ । ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟରେ ସେମାନଙ୍କ ମତ ନେବା ପାଇଁ ଦାବି କଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମିତି ସଭ୍ୟଙ୍କ ସ୍ୱାକ୍ଷର ବ୍ୟବସ୍ଥା ରହୁ ନ ଥିବାରୁ ଏହାକୁ ବିରୋଧ କରିଛନ୍ତି । ଗ୍ରାମ ପଞ୍ଚାୟତରେ ସମସ୍ତ ବୈଠକକୁ ସମିତି ସଭ୍ୟମାନଙ୍କୁ ବାଧ୍ୟତାମୂଳକ ଭାବେ ଡକାଯାଉ ବୋଲି ଦାବି କରିଛନ୍ତି । ସମିତି ସଭ୍ୟ ମାନଙ୍କ ପାଇଁ ଏକ ଅଫିସ ଗୃହ ସହ ମାସିକ ୨୦୦୦୦ ଟଙ୍କା ୫ ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ୧୦୦୦୦ ଟଙ୍କା ଅବସରକାଳୀନ ଭତ୍ତା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆଗକୁ ଏହି ଆନେ୍ଦାଳନ ଆହୁରୀ ତୀବ୍ର ହେବ ।
Views: 89