ଭୁବନେଶ୍ୱର : ମସାଜ ନାଁରେ ସେକ୍ସ ରାକେଟ୍ । ଆର୍ୟୁବେଦିକ ଓ ଫିଜିଓଥେରାପି ନାଁରେ କିଭଳି ଦେହ ବ୍ୟବସାୟ ଚାଲିଥିଲା ତାର ଗୁମର ଖୋଲିଛି ପୁଲିସ । ହଜାର ଟଙ୍କାରୁ ୧୩ ହଜାର ଟଙ୍କା ପର୍ୟ୍ୟନ୍ତ ମିଳୁଥିଲା ମସାଜ । ସାଧାରଣ ଦେହ ମସାଜଠୁ ଆରମ୍ଭ କରି ହାପି ଏଣ୍ଡିଂ ପର୍ୟ୍ୟନ୍ତ ସବୁ ସୁବିଧା ମିଳୁଥିଲା । ‘ଟପଲେସ’, ‘ଫୁଲ ଷାଟିସଫେକ୍ସନ’, ‘ସାୱର ବାଥିଂ’, ‘ବ୍ୟାଙ୍କର ହମ୍ମାମ ବାଥ‘ ‘ବ୍ଲୋ ଜବ’, ଭଳି ମସାଜର ନାଁ ରହିଥିଲା । ଭୁବନେଶ୍ୱର ସତ୍ୟନଗରର ଏଭ ଭଡା ଘରେ ଏଭଳି ଚାଲୁଥିଲା ଦେହ ବ୍ୟବସାୟ । ପୁଲିସ ସାଦା ପୋଷାକରେ ଚଢାଉ କରି ଏଭଳି ରାକେଟର ପର୍ଦାଫାସ କରିଛି । କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ପୁଲିସ ଗିରଫ କରିବା ସହ ୪ ଜଣ ରୂପଜୀବୀଙ୍କୁ ଉଦ୍ଧାର କରିଛି ।
Views: 89