ଭୁବନେଶ୍ୱର : ରାଜଧାନୀରେ ବେଆଇନ ଗର୍ଭପାତ ନେଇ ଧରପଗଡ । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ରେଡ । ବେଆଇନ ଗର୍ଭପାତ କିଟ ବିକୁଥିବା ନେଇ ଚଢାଉ । ବିନା ଡାକ୍ତରୀ ପେସକ୍ରିପସନରେ କଟ ବିକୁଥିବା ଅଭିଯୋଗ । ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଏକାଧିକ ମେଡ଼ିସିନ ଷ୍ଟୋରରେ ଛପା ମାରିଲା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ୟୁନିଟ । ଏକକାଳୀନ ଭାବେ ରାଜଧାନୀର ବହୁ ଜାଗାରେ ଏପରି ଛାପା ମାରିଛି ସ୍ବାସ୍ଥ୍ୟ ବିଭାଗ । ସୂଚନା ଅନୁଯାୟୀ, ବିନା ଡାକ୍ତରଙ୍କ ପରାମର୍ଶରେ ବିକ୍ରି ହେଉଥିଲା ଗର୍ଭ ନିରୋଧକ ବଟିକା । ଏନେଇ ଅଭିଯୋଗ ହେବା ପରେ ଛାପା ମରାଯାଇଛି । ନୟାପଲ୍ଲୀ ଏହି ସବୁ ଦୋକାନରେ ଏକାଧିକ ପ୍ୟାକେଟ ମେଡ଼ିସିନ ରହିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଭାଗ ତଦନ୍ତ କରୁଛି ।
Views: 11