The Ultimate Managed Hosting Platform
ADVERTISEMENT

ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ !

Facebook
Twitter
LinkedIn

ଭୁବନେଶ୍ୱର : ମଞ୍ଚେଶ୍ୱର ଧିରୁକୁଟି ସାହିରେ ବଧୂ ହତ୍ୟା ଅଭିଯୋଗ । ଘରୁ ଭିତରୁ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୈ÷ାତୁକ ଦାବିରେ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଏତଲା । ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ଖୋଳତାଡ । ଅନ୍ଧାରୁଆ ଅଞ୍ଚଳର ତୃପ୍ତିମାଲା ନାୟକ ୭ ମାସ ତଳେ ଧୀରୁକୁଟୀ ବସ୍ତିର ବିକ୍ରମ ନାୟକଙ୍କୁ ବିବାହ କରିଥିଲେ । ବିବାହ ପରେ ତୃପ୍ତି ତାଙ୍କ ସ୍ୱାମୀଙ୍କ ସହିତ ଧୀରୁ କୁଟୀ ବସ୍ତିରେ ଶାଶୁ ଘରେ ରହୁଥିଲେ। ହଠାତ ଗତକାଲି ରାତିରେ ଝିଅ ରଶି ଲଗାଇ ଦେଇଥିବା ତୃପ୍ତିଙ୍କ ଘରକୁ ଜଣାଇଥିଲେ ଶାଶୁଘର ଲୋକେ । ତେବେ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତୃପ୍ତିଙ୍କ ପରିବାର । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ...

Login