ଭୁବନେଶ୍ୱର : ଲକ୍ଷ୍ମୀସାଗର ଅଞ୍ଚଳରେ ଫୁଟିଲା ଗୁଳି । ୨ ଜଣ ଆହତ ହୋଇଛନ୍ତି । ଗୁଳିମାଡରେ ବିଜେଡି କର୍ପୋରେଟରଙ୍କ ଭାଇ ଓ ସମ୍ପର୍କୀୟ ଗୁରୁତର । ରାସ୍ତାରେ ସାଇଡ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ବନ୍ଧୁକ ଜବତ କରିବା ସହ ୨ ଜଚ୍ଚଙ୍କୁ ଅଟକ ରଖିଛି ପୋଲିସ ।
ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ, କାର ପାର୍କିଂ କରିବାକୁ ନେଇ ଗଣ୍ଡଗୋଳ ଓ ଉଭୟଙ୍କ ଭିତରେ ବଚସା ଭିତରେ ଦୁଇଟି ବନ୍ଧୁକ ଧରି ୧୨ ରାଉଣ୍ଡ ଗୁଳିମାଡ଼ କରିଥିଲା ଦୁବୃର୍ତ୍ତ ।
Views: 109











