ଭୁବନେଶ୍ୱର : ରାଜଧାନୀରେ ଖସୁଛି ପାରଦ । ଭୁବନେଶ୍ୱରରେ ବଢୁଛି ଶୀତ । ସକାଳ ୫ଟା ୩୦ରେ ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ । ଗତ ୧୦ ଦିନରେ ରାଜଧାନୀରେ ୯.୬ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ଗତ ୧ ତାରିଖରେ ତାପମାତ୍ରା ୨୨ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ଆଜି ସକାଳ ୫ଟା ୩୦ରେ ୮.୬ ଡିଗ୍ରୀ ସେଲସିୟସ କରାଯାଇଛି । ଗତ ୧ ଡିସେମ୍ବରରେ ଝାରସୁଗୁଡ଼ାରେ ଥିଲା ୧୪ ଡିଗ୍ରୀ । ଆଜି ୧୩ ଜିଲ୍ଲା ପାଇଁ କୋଲଡ ୱେଭ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
Views: 80











