ଭୁବନେଶ୍ୱର : ଆଜିଠୁ ଡିସେମ୍ବର ୧ ତାରିଖ ପର୍ୟ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି କରିଛି । ଆସନ୍ତୁ ଜାଣିବା କେଉଁଠି କେଉଁ ସମୟରେ ରହିବ କଟକଣା-
-ଦିନ ଗୋଟାରୁ ୨ଟା: ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ ବନ୍ଦ
-ଅପରାହ୍ନ ୪ଟା ୪୫ରୁ ୫ଟା୨୫:ଏୟାରପୋର୍ଟ ଛକ , ହସପିଟାଲ ଛକ, ଏଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା
-ସନ୍ଧ୍ୟା ୬ଟାରୁ ୬ଟା ୪୫: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ
-ସନ୍ଧ୍ୟା ୭ଟା୩୦ରୁ ୮.୨୦: ଏଜି ଛକ, ରବୀନ୍ଦ୍ରମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ
-ରାତି ୮ଟା୨୫ରୁ ୮ଟା ୫୦: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକରେ ଟ୍ରାଫିକ କଟକଣା ରହିବ ।
ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଆଜିଠାରୁ ଆରମ୍ଭ ହେବ। ଏହାସହ ପ୍ରଥମଥର ପାଇଁ ୩ଦିନ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଇଣ୍ଟେଲିଜେନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀ, ସମସ୍ତ ରାଜ୍ୟର ଡିଜିପି, CRPF DG, RAW ମୁଖ୍ୟ , NSG ଏବଂ SPG ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଯେଉଁଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ରାଜଧାନୀରେ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ସମୟରେ କେଉଁଠି କଟକଣା ରହିବ

Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...