The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଜାଲ୍ ନୋଟ୍ କାରବାର, ୨ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରୁ ସିଜ୍ ହେଲା ପୁଳା ପୁଳା ଜାଲ୍ ନୋଟ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।


ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଜାଲ୍ ନୋଟ୍ କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ଏହି ସୂଚନା ଆଧାରରେ ଖାରବେଳନଗର ଥାନା ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ଏନେଇ ସୂଚନା ମିଳିଛି । ଏହାସହିତ ନକଲି ନୋଟ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି ।
ସେହିପରି ରାଜଧାନୀରୁ ଏତେ ପରିମାଣର ନକଲି ନୋଟ ଜବତ ହେବା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଏ ଓ କାହିଁକି ଏତେ ପରିମାଣର ନକଲି ଟଙ୍କା ଆଣିଥିଲା ଏବଂ ତେବେ କେଉଁମାନେ ଥିଲେ ଟାର୍ଗେଟ । ସେନେଇ ଖୋଲତାଡ଼ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login