
ଭୁବନେଶ୍ୱର : ଭୁବନେଶ୍ୱରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । କେବଳ ଅପରାଧ ନୁହେଁ ଅପରାଧୀଙ୍କ ଦୌରାତ୍ମ୍ୟ ବି ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ତାସାହି ପାଣି ଟାଙ୍କି ନିକଟରେ ।ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ ହେଉଛନ୍ତି ମୁକେଶ ଚୌଧୁରୀ । ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ଇଟାରେ ଛେଚି ଛେଚି ହତ୍ୟା କରିବା ପରେ ଇଟା ଭିତରେ ପୋତି ଦେଇଥିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଂଚି ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ପ୍ରାଥମିକ ତଦନ୍ତ କରି ପୋଲିସ ଜାଣିବାକୁ ପାଉଛି।

Views: 248