ଭୁବନେଶ୍ୱର : ଗାଡକଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ସିରିଜ ଚୋରୀ । ଗୋଟିଏ ରାତିରେ ୫ଟି ଫ୍ଲାଟରୁ ଚୋରି ହୋଇଥିବା ଅଭିଯୋଗ । ଆଲମିରା ଲକର ଭାଙ୍ଗି ସୁନାଗହଣା , ଟଙ୍କା ଚୋରି ଅଭିଯୋଗ । ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ।ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଏହି ଘଟଣା ପରେ ପୁରା ଆତଙ୍କରେ ଆପାର୍ଟମେଣ୍ଟ ବାସିନ୍ଦା ।ସେପଟେ ଲୁଟ୍ ନେଇ ସ୍ଥାନୀୟ ଥାନା ଏବଂ ପିସିଆର୍କୁ ଖବର ଦିଆଯାଇଥିଲା । ଖବର ପାଇ ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ । ଗତ ୨ ମାସ ମଧ୍ୟରେ ରାଜଧାନୀରେ ୧୫ଟି ଆପାର୍ଟମେଣ୍ଟ ଓ ୩୧ଟି ଘରେ ଚୋରି ହୋଇଛି।
Views: 114











