ଭୁବନେଶ୍ୱର : ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ସହ ୩ ବେପାରୀଙ୍କୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ । ଜୟଦେବ ବିହାର ଅଞ୍ଚଳରେ ବାଘ ଛାଲ ଡିଲ ବେଳେ ମାଡିବସିଲା । ୩୦ ଲକ୍ଷ ଟଙ୍କାରେ ଡିଲ ହେଉଥିଲା ବାଘ ଛାଲ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ ଜଣେ କଣ୍ଟ୍ରାକ୍ଟର ଜରିଆରେ ଡିଲ ବେଳେ ଦୁଇ ବିଟେକ ଛାତ୍ରଙ୍କ ସହ ମୋଟ ତିନି ଜଣ ଧରାପଡିଛନ୍ତି । ଟ୍ବିନିସିଟିରେ ବାଘ ଛାଲ ରାକେଟ ପଛରେ ଏକ ବଡ଼ ରାକେଟ କାମ କରୁଥିବା ସଂଦେହ କରୁଛି କମିଶନରେଟ ପୋଲିସ । ରାଉରକେଲା ଯାଏ ଏହାର ଚେର ଲମ୍ବିଥିବା ପୋଲିସ କମିସନର ସୂଚନା ଦେଇଛନ୍ତି ।
Views: 48











