ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବ୍ରାଉନ ସୁଗାର ବେପାରୀ । ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୫ ରୁ ୩୦ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି। ଏଥିରେ ଜ୍ୟୋତି ସାମନ୍ତ ରାୟ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଏସଟିଏଫ । ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ ଟିମ୍ । ତା ନିକଟରୁ ୨୬୩ଗ୍ରାମ ବ୍ରାଉନସୁଗାର ମିଳିଛି । ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିଲା ଜ୍ୟୋତି । ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି । ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି ।
Views: 26