The Ultimate Managed Hosting Platform
ADVERTISEMENT

ରାଜକନିକାରେ ଛାତ୍ରୀ ଗଣଦୁଷ୍କର୍ମ ; ରେଡ ଫ୍ଲାଗ କଲା CB

Facebook
Twitter
LinkedIn

କେନ୍ଦ୍ରାପଡା : ରାଜକନିକାରେ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଁଣା । ଘଟଣାକୁ ଗୁରୁତର ସହ ନେଇ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଜଣେ ସିନିୟର ଅଫିସରଙ୍କ ତତ୍ତ୍ୱାବଧାନରେ ହେବ ତଦନ୍ତର ଅନୁଧ୍ୟାନ । ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ପିପି ନିୟୋଜିତ କରାଯିବ । ଘଟଣାରେ ଜଣେ ଶିକ୍ଷୟତ୍ରୀ , ୩ ଶିକ୍ଷକ ଓ ପିଅନ ସହ ୫ ଜଣ ଗିରଫ ହୋଇଛନ୍ତି ।
ଜିଲ୍ଲା ପୋଲିସ ସଂଗ୍ରହ କରିଥିବା ଡିଜିଟାଲ ଏଭିଡେନ୍ସ, ମେଡିକାଲ ଟେଷ୍ଟ ଓ ସାଇଣ୍ଟିଫିକ୍ ରିପୋର୍ଟକୁ ନେଇ ସରଜମିନ ତଦନ୍ତ ହେବ। ଦୁଷ୍କର୍ମ ପୀଡ଼ିତାଙ୍କ ବୟାନର ଅଡିଓ ଭିଡିଓ ରେକର୍ଡ କରାଯାଇଛି । ଅଟକ ରଖି ପଚରାଉଚରା ପରେ ଦୁଷ୍କର୍ମ କରିଥିବା ୩ ଶିକ୍ଷକ, ଜଣେ ପିଅନ ଓ ଦୁଷ୍କର୍ମୀଙ୍କୁ ସହଯୋଗ କରିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡ଼ା ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଏକାଧିକ ସଂଗୀନ ଦଫା । ଜିଲ୍ଲା ପୋଲିସର ଏକ ଟିମ୍ ଗ୍ରାଉଣ୍ଡ ଜିରୋରେ ଛାନବିନ କରିଛି । ଗତ ଦୁଇଦିନ ଧରି ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ଏହି ଘଟଣା ଏବେ ରେଡଫ୍ଲାଗ ଘୋଷଣାର ୬୦ ଦିନ ପରେ ଘଟଣାର ଚାର୍ଜସିଟ ଦାଖଲ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login