The Ultimate Managed Hosting Platform
ADVERTISEMENT

ରାଗିଂ ପଡିଲା ମହଙ୍ଗା

Facebook
Twitter
LinkedIn

ସମ୍ବଲପୁର: ଭିସୁଟ୍ରେ ସିନିୟର ଛାତ୍ରଙ୍କ ରାଗିଂ କରିବା ପଡିଲା ମହଙ୍ଗା । ଏହି ଘଟଣାରେ ସଂପୃକ୍ତ ୬ଜଣ ଶେଷ ବର୍ଷର ଛାତ୍ରଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁଯାୟୀ ଗତ ଡିସେମ୍ବର ୧୭ ତାରିଖରେ ପ୍ରଡକ୍ସନ ଇଞ୍ଚିନିୟରିଂର ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ସିନିୟର ୬ଜଣ ଛାତ୍ର କ୍ୟାମ୍ପସ ବାହାରେ ମଦ ପିଇ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କ ଠାରୁ ଷ୍ଟୁଡେଣ୍ଟ ୱେଲଫେୟାର ଡିନଙ୍କ ଆକାଉଣ୍ଟରେ ପ୍ରତି ଛାତ୍ରଙ୍କ ୧୫ ହଜାର ଟଙ୍କା ଜମା କରିବାକୁ ୬ଜଣ ଛାତ୍ରଙ୍କ ଅଭିଭାବକଙ୍କୁ ନିଦେ୍ର୍ଦଶ ରହିଛି । ଏହାସହ ସେମାନଙ୍କ ପ୍ରଥମ ଦୁଇଟି ବିଷୟରେ ଗୋଟିଏ ଲୋଖାଏଁ ଗ୍ରେଡ୍ ପଏଣ୍ଟ ହ୍ରାସ କରିବା ପାଇଁ ମଧ୍ୟ ନିଦେ୍ର୍ଦଶ ରହିଛି । ଏହାସହ ଆସନ୍ତା ଜାନୁଆରୀ ୩୧ ତାରିଖ ମଧ୍ୟରେ ୨୦ ଟଙ୍କା ନନ୍ ଜୁଡିସିଆଲ ଷ୍ଟାମ୍ପ ପେପରରେ ଏକ ଅଣ୍ଡରଟେକିଂ ଦେବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି ଭିସୁଟ୍ ରେଜିଷ୍ଟାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login