ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ । ଆସନ୍ତା ମାସ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ତାଙ୍କ ଉପରେ ରିଭ୍ୟୁ କରାଯିବ। ଆସନ୍ତା ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ। ବହୁତ୍ ଜଲଦି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ସମସ୍ତ କିସ୍ତି ପାଇବେ।ବ୍ଲକ ସ୍ତରରେ ଯାଞ୍ଚ ହେବ ସୁଭଦ୍ରା ଫର୍ମ । ଅଙ୍ଗନୱାଡି କର୍ମୀମାନେ ପୁଣି ଘରକୁ ଘର ଯିବେ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ଟଙ୍କା । ସମସ୍ତଙ୍କ ପାଖେ ସୁଭଦ୍ରା ପହଂଚିବ ।
Views: 58











