The Ultimate Managed Hosting Platform
ADVERTISEMENT

ରବିବାରଠୁ ନିଖୋଜ ଥିଲେ ମହିଳା ମୃତଦେହ ଠାବ

Facebook
Twitter
LinkedIn

ଧର୍ମଗଡ଼ : ମହିଳାଙ୍କ ଝୁଲନ୍ତା ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ହାତୀପଖାନ ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ହାତୀପଖାନ ଗାଁର ଡିଙ୍ଗର ଭୋଇଙ୍କ ସ୍ତ୍ରୀ ଗୌରୀ ଭୋଇ। ସୂଚନା ଅନୁଯାୟୀ, ହାତୀପଖାନ ଗାଁର ଡିଙ୍ଗର ଭୋଇଙ୍କ ସ୍ତ୍ରୀ ଗୌରୀ ଭୋଇ ରବିବାର ଠାରୁ ନିଖୋଜ ଥିଲେ। ତେବେ ସୋମବାର ସକାଳୁ ଚାଷ ଜମିରେ ଥିବା ଏକ ଗଛରେ ତାଙ୍କର ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ତୁରନ୍ତ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login