ପୁରୀ : ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା । ପୁରୀ ଜଗିବ ୨୭୫ଟି ଏଆଇ କ୍ୟାମେରା । ପୁଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସୂଚନା । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ । କୁଇକ ରେସପନ୍ସ ଟିମ ଓ ଡ୍ରୋନର ସହାୟତା ନିଆଯିବ । ସମୁଦ୍ର ତଟରେ ମୁତୟନ ହେବେ କୋଷ୍ଟ ଗାର୍ଡ । ୬୯ଟି ସ୍ୱାସ୍ଥ୍ୟ କେନ୍ଦ୍ର , ୬୪ ଆମ୍ବୁଲାନ୍ସ , ୨୬୫ ସ୍ୱତନ୍ତ୍ର ବେଡ ବ୍ୟବସ୍ଥା । ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ରହିବେ । ଏମସର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ।
ଶୃଙ୍ଖଳିତ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱ । ଅଘଟଣ ଶୂନ୍ୟ ରଥଯାତ୍ରା ପ୍ରାଥମିକତା ହେବ କହିଲେ ସିଏମ । ସମ୍ଭାବ୍ୟ ଦଳାଚକଟା ସ୍ଥାନରେ ତୀକ୍ଷ୍ଣ ନଜର ରଖାଯାଇଛି । ଡ୍ରୋନ ଓ ଏଆଇ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏନଏସଜି ଓ ସ୍ନାଇପର ଟିମ ମୁତୟନ ହେବେ । ଯେକୈାଣସି ଆତଙ୍କୀ କାର୍ଯ୍ୟର ପ୍ରତିହତ ପାଇଁ ପ୍ରସ୍ତୁତ ।
ରଥଯାତ୍ରା ସମୟରେ ଗଡିବ ୩୬୫ ଟି ସ୍ୱତନ୍ତ୍ର ଟ୍ରେନ । ପୂର୍ବତଟ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଚଳାଚଳ କରିବ । ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡରୁ ବି ଗଡିବ । ପଲାସା, ବିଶାଖାପାଟଣା, ଜଗଦଲପୁର , ଗୋଣ୍ଡିଆ ଓ କୋଲକତାରୁ ଗଡିବ ଟ୍ରେନ ।
ରଥଯାତ୍ରାରେ ଡ୍ରୋନ ସହାୟତା ନିଆଯିବ ; ଅଘଟଣ ଶୂନ୍ୟ ରଥଯାତ୍ରା ଲକ୍ଷ୍ୟ , ଗଡିବ ୩୬୫ ଟ୍ରେନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











