ପୁରୀ : ଗତକାଲି ପବିତ୍ର ଗୁଣ୍ଡିଚା ଯାତ୍ରାରେ ରଥ ଟଣା ଶେଷ ହୋଇପାରି ନ ଥିଲା । କାହିଁକି ଶେଷ ହୋଇ ପାରିନ ଥିଲା ତାର କାରଣ ଖୋଜାଯାଇଛି । ରଥଟଣାରେ ଅହେତୁକ ବିଳମ୍ବର ପ୍ରମୁଖ ୩ କାରଣ । ପ୍ରଥମ ହେଉଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ ମୋଡ ଯୋଗୁଁ ବିଳମ୍ବ , ଦ୍ୱିତୀୟ ହେଉଛି କର୍ଡନ ଭିତରକୁ ଅଧିକ ଲୋକ ପଶିବା କାରଣ ଏବଂ ତୃତୀୟ ହେଉଛି ରଥ ଯାତ୍ରା ଦେଖିବାରୁ ପୁରୀରେ ଆଶାତୀତ ଶ୍ରଦ୍ଧାଳୁଙ୍କ ଭିଡ ।
ଗତକାଲି ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା । ହେଲେ ତାଳଧ୍ୱଜ ରଥ ବାରମ୍ୱାର ପ୍ରତି ୧୦ ମିଟରରେ ମୋଡ଼ ନେଉଥିବାର ରଥ ଟାଣିବାକୁ ଡେରି ହେଉଥିଲା । ବଡ଼ଭାଇଙ୍କ ପଛେ ପଛେ ଆରମ୍ଭ ହୋଇଥିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା । ହେଲେ ଅନ୍ଧାର ହୋଇଯାଇଥିବାରୁ ମରିଚିକୋଟରେ ଅଟକିଥିଲା । କିନ୍ତୁ ସିଂହଦ୍ୱାର ସାମ୍ନାରୁ ଇଞ୍ଚେ ମଧ୍ୟ ଘୁଞ୍ଚି ନଥିଲା କାଳିଆର ନନ୍ଦିଘୋଷ ରଥ ।
ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଦେଢ ଗୁଣ ଅଧିକ ଲୋକ ହେଇଛନ୍ତି । ତେଣୁ ଶ୍ରଦ୍ଧାଳୁ କର୍ଡନ ଭିତରକୁ ପଶିଯାଇଥିଲେ । ଆଉ ଭକ୍ତଙ୍କୁ କର୍ଡନ ଭିତରୁ ବାହାର କରିବା ପରେ ନନ୍ଦିଘୋଷ ରଥ ଟଣାଗଲା । ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା ।
ରଥଟଣା ବିଳମ୍ବର ୩ ପ୍ରମୁଖ କାରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ପରଲୋକରେ ଅଭିନେତ୍ରୀ ଶେଫାଳୀ ଜରିୱ୍ୱାଲା
ମୁମ୍ବାଇ : ଅଭିନେତ୍ରୀ ଶେଫାଳୀଙ୍କ ପରଲୋକ । ୪୨ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି ଶେଫାଳୀ । ତାଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ...
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଗଞ୍ଜାମ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା । ଏକକାଳୀନ ୭ ଟି ସ୍ଥାନରେ ଚାଲିଛି...
ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର
ଖୋର୍ଦ୍ଧା : ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା କାର । ଫଳରେ ୫ ଜଣ ଯାତ୍ରୀ...
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ...