ଭୁବନେଶ୍ୱର : ଦିନେ ଦୁଇ ଦିନ ମଧ୍ୟରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ । ରତ୍ନ ଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଯାଞ୍ଚ କଲା ପରେ ଭଇତର ଭଣ୍ଡାର ମରାମତି ନେଇ ନିଷ୍ପତ୍ତି । ଦିନେ ଦୁଇ ଦିନ ମଧ୍ୟରେ ଟିମ୍ ଅନୁଧ୍ୟାନ ଆରମ୍ଭ କରିବ । ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ । ସମୟ ନିର୍ଘଣ୍ଟ କରାଯାଇ ସରକାରଙ୍କ ପକ୍ଷରୁ ଅନୁମତି ଆସିଲେ ମରାମତି କାମ ଆରମ୍ଭ ହେବ । ତେବେ ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି ନେଇ ସମୟ ଧାର୍ୟ୍ୟ କରାଯିବ’ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
Views: 59