ଭୁବନେଶ୍ୱର : ରତ୍ନଭଣ୍ଡାର ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଉଦବେଗ । ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି । ରାଜ୍ୟବାସୀ ଜାଣିଛନ୍ତି ଚାବି ହଜି ଥିଲା , ପରେ ନକଲି ଚାବି ମିଳିଛି । ସରକାର କମିଶନ ବି ଗଠନ କରିଛନ୍ତି , ମନ୍ତ୍ରୀ କେମିତି ଏଭଳି କହିଲେ । ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ , ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି । ୧୯୨୬, ୧୯୭୮ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଛି । ସରକାର ରତ୍ନଭଣ୍ଡାରର ମାର୍ଫତଦାର , ମାଲିକ ନୁହଁନ୍ତି । ୨୦୨୧ରେ ୩ କୋଟିର ସୁନା ଅଳଙ୍କାର ଜଣେ ଭକ୍ତ ଦାନ କରିଛନ୍ତି । ସେ କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର । ପୂର୍ବରୁ କେତେ ଥିଲା , ଏବେ କେତେ ଦାନ ମିଳିଲା , ଜାଣିବା ଦରକାର । ମୋର ମତ ଆଉ ବିଳମ୍ବ ନ କରି ତୁରନ୍ତ ଗଣନା କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର । ସରକାରଙ୍କୁ ପରାମର୍ଶ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରନ୍ତୁ । ତେବେ ଗତ କିଛି ଦିନ ଧରି ରତ୍ନ ଭଣ୍ଡାର ଖୋଲିବା ନେଇ ଅନେକ ତର୍କ ବିତର୍କ ଲାଗି ରହିଛି ।
ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣା କର – ବିଜୟ ମହାପାତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











