ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି।
ମିଳିଥିବା ଖବର ମୁତାବକ ଗତକାଲି ରାତି ୯.୩୦ ସମୟରେ ଦୁଇ ଜଣ ଦୁର୍ବୃତ୍ତ ନିଶାରେ ଚୁର୍ ହୋଇ ଗାଁରେ ପଇଁତରା ମାରିଥିଲେ। ହାତରେ ମାରଣାସ୍ତ୍ର ଧରି ରାସ୍ତା ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ଗାଡ଼ି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ପତିତପାବନ କ୍ଲବ ସମ୍ମୁଖରେ ଲୋକଙ୍କୁ ଗାଳିଗୁଲଜ କଲେ। ହାତରେ ଖଣ୍ଡା, ଗୁପ୍ତି ଓ ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଁ କ୍ଲବ ଘର, ଶିଶୁପାଳଗଡ଼ ଛକ ଓ ନୂଆଗାଁ ଛକରେ ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଲେ। ଫଳରେ ୩ ଜଣ ଆହତ ହୋଇଛନ୍ତି ।
ଅପରପକ୍ଷରେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଲୋକେ ଧଉଳି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଜଣାଇଥିଲେ। ପରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲସି ମୁତୟନ କରାଯାଇଛି। ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ରଣକ୍ଷେତ୍ର ପାଲଟିଲା ଶିଶୁପାଳଗଡ, ବୁଲିଲା ଖଣ୍ଡା

Facebook
Twitter
LinkedIn
Facebook
Twitter
LinkedIn
Recent News
ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ
ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...
ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା
ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...
୧୭୦ ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡ : ଛତିଶଗଡରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହା । ନକ୍ସଲବାଦ ବିରୋଧରେ ବଡ ସଫଳତା କହିଲେ...
ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ
ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...