ଲକ୍ଷ୍ନୌ : ବଦଳିଲା ସିଲାବସ୍ । ବର୍ତ୍ତମାନଠାରୁ ଉତ୍ତରପ୍ରଦେଶ (ୟୁପି) ବିଦ୍ୟାଳୟରେ ମୋଗଲମାନଙ୍କ ବିଷୟରେ ଇତିହାସ ଶିକ୍ଷା ଦିଆଯିବ ନାହିଁ। ଯୋଗୀ ସରକାରଙ୍କ ନିଷ୍ପତ୍ତି ପରେ ଦ୍ୱାଦଶ ଶ୍ରେଣୀ ସିଲାବସ୍ ସହ ଏକାଦଶ ଶ୍ରେଣୀ ସିଲାବାସରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଇତିହାସ ପୁସ୍ତକରୁ କେବଳ ମୋଗଲ ସମ୍ରାଟଙ୍କ ଇତିହାସ ନୁହେଁ, ଇସଲାମର ବୃଦ୍ଧି, ଶିଳ୍ପ ବିପ୍ଳବ, ସଂସ୍କୃତିର ସଂଘର୍ଷ ଆଦି ବିଷୟରେ ଶିକ୍ଷା ଇତିହାସ ପୁସ୍ତକରୁ ହଟାଇ ଦିଆଯାଇଛି। ଯୋଗୀ ସରକାର ଉତ୍ତରପ୍ରଦେଶରେ ପିଲାମାନଙ୍କ ଶିକ୍ଷାରୁ ମୋଗଲ ମାନଙ୍କ ଇତିହାସକୁ ବାଦ୍ ଦେଇଛନ୍ତି। ଏକ ବଡ଼ ନିଷ୍ପତ୍ତି ଅନୁସାରେ ଉତ୍ତରପ୍ରଦେଶ ସରକାର ଦ୍ୱାଦଶ ସିଲାବସରେ ପରିବର୍ତ୍ତନ କରିଛନ୍ତି। ୟୁପି ସରକାରଙ୍କ ନିଷ୍ପତ୍ତି ଉଭୟ ୟୁପି ବୋର୍ଡ ଏବଂ ସିବିଏସ୍ଇ ବୋର୍ଡରେ ପ୍ରଯୁଜ୍ୟ ହେବ। ୟୁପିରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ମୋଗଲ ସମ୍ରାଟଙ୍କ ଇତିହାସ ଅଧ୍ୟୟନ କରିବେ ନାହିଁ । ୟୁପି ବୋର୍ଡ ଏବଂ ସିବିଏସ୍ଇ ବୋର୍ଡ ୨୦୨୩-୨୪ ଏକାଡେମିକ୍ ବର୍ଷ ପାଇଁ ସିଲାବସ୍ ବଦଳାଇଛନ୍ତି।
ଏଥି ସହିତ ୨୦୨୩-୨୪ଏକାଡେମିକ୍ ବର୍ଷରୁ ଏନସିଇଆରଟି ମୋଗଲ କୋର୍ଟ ଏବଂ ଶାସକ ସମ୍ବନ୍ଧୀୟ ପାଠ୍ୟକୁ ଦ୍ୱାଦଶ ଶ୍ରେଣୀର ଭାରତୀୟ ଇତିହାସ-୨ ର କିଛି ବିଷୟରୁ ହଟାଇ ଦେଇଛି । ଏ ପର୍ୟ୍ୟନ୍ତ ଆକବରନାମା, ବାଦଶାହନାମା, ପାଣ୍ଡୁଲିପି ରଚନା, ମୋଗଲ ସମ୍ରାଟ ଏବଂ ସେମାନଙ୍କର ସାମ୍ରାଜ୍ୟ, ଆଦର୍ଶ ରାଜ୍ୟ, ଆଖ୍ୟା, ରାଜକୀୟ ଅମଲାତନ୍ତ୍ର, ରାଜ ପରିବାର, ସୂଚନା ଏବଂ ସାମ୍ରାଜ୍ୟ, ମୋଗଲ ଆଭିମୁଖ୍ୟ ଏବଂ ଆନୁଷ୍ଠାନିକ ଧର୍ମ ଶିକ୍ଷା ଦିଆଯାଇଥିଲା।
ଯୋଗୀ ସରକାର ବଦଳାଇଲେ ସିଲାବସ୍, ଇତିହାସ ବହିରୁ ହଟିଲା ମୋଗଲ ସମ୍ରାଟଙ୍କ ବିଷୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











