ଭୁବନେଶ୍ୱର : ଏଥର ସାଧାରଣ ନିର୍ବାଚନରେ ଭୋଟଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ ସେିଠି ଭୋଟ ଦେବେ । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ର ହେବ । ୮୦ ରୁ ଅଧିକ ବୟସ୍କ ଓ ୪୦ରୁ କମ ଦବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା ହେବ । ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ , ହୋମ ଭୋଟିଂ ହେବ । ଭୋଟ ପାଇଁ ସବୁ ଜିଲ୍ଲାରେ ଇଭିଏମ ପହଁଚି ସାରିଥିବା କହିଲେ ସିଇଓ । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷୀରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ସମସ୍ତ ଜିଲ୍ଲାରେ ଇଭିଏମ୍ ପହଂଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ କାମ ସରିଛି । ଏବେ ତୃତୀୟ ପର୍ୟ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
Views: 89