କଟକ : ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ କଟକ ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ଏକ ସାଧାରଣ ସଭା ପ୍ରତାପନଗରି ସ୍ଥିତ ଧାକୁଲେଇଙ୍କ ପୀଠରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ତଥା ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଖିଳ ଭାରତୀୟ ଯାଦବ ମହାସଭାର ସଭାପତି ସମାଜସେଵୀ ଇଞିନିୟର ପ୍ରଦୀପ ବେହେରା ମୁଖ୍ୟ ଅତିଥି ଉତ୍କଳ ଯାଦବ ମହାସଭାର ସଂପାଦକ ନନ୍ଦଲାଲ ଜୀ , ତୀର୍ଥବାସୀ ବେହେରା , ପ୍ରସନ୍ନ ବେହେରା , ପ୍ରମୋଦ କୁମାର ବେହେରା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ଯୁବକ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁ ପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ କହିଥିଲେ । ଏହି ଉତ୍ସବରେ ପାଞ୍ଚ ଜଣ ଅସହାୟ ଦିବ୍ୟାଙ୍ଗକୁ ହୁଇଲଚେୟାର ଆଶା ବାଡ଼ି ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଯାଦବର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି ପରିପେକ୍ଷୀ ରେ ମା ଧାକୁଲେଇ ପ୍ରତାପନଗରୀ ଗ୍ରାମ୍ୟ କମିଟି ର ସଭାପତି ପ୍ରମୋଦ ସ୍ୱାଇଁ, ସମ୍ପାଦକ ପ୍ରମୋଦ କୁମାର ବେହେରା ଏବଂ ସମାଜସେଵୀ ଝରଣା ରାଉତ ପଦ୍ମାବତୀ ପ୍ରିୟଦର୍ଶିନୀ ଏବଂ ସମାଜସେବୀ ରୁକ୍ମଣୀ ଦାସ ସନ୍ତୋଷ ନାୟକ ଏବଂ ଲିଟନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ଯୁବ ଯାଦବ ପକ୍ଷରୁ ଭିନ୍ନକ୍ଷମଙ୍କୁ ହୁଇଲଚେୟାର ପ୍ରଦାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











