The Ultimate Managed Hosting Platform
ADVERTISEMENT

ଯୁବ ଭୋଟର କାହାକୁ ଦେବେ ଭୋଟ?

Facebook
Twitter
LinkedIn

ଭଉବନେଶ୍ୱର : ଏଥର ଫୋକସରେ ରହିଛନ୍ତି ଯୁବ ଭୋଟ ଯୁବ ଭୋଟ ଯିବ କାହା ପାଖକୁ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ୟ୍ୟକ୍ରମ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ୟ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକାରେ ଅଛନ୍ତି ୩ କୋଟି ୩୨ ଲକ୍ଷ ୩୬ହଜାର ହେଉଛନ୍ତି ଭୋଟର । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ । ସେହିପରି ୭ଲକ୍ଷ ୫୪ହଜାର ୯୪୬ ଜଣ ହେଉଛନ୍ତି ଯୁବ ଭୋଟର ଅର୍ଥାତ୍ ୧୮ରୁ ୧୯ ବର୍ଷ ବୟସ ବର୍ଗର । ଆଉ ଏହି ବୟସ ବର୍ଗର ଯୁବ ଭୋଟର ପ୍ରଥମଥର ଭୋଟ୍ ଦେବେ । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି କହିଛି, ମୋଦୀଙ୍କ ସହ ରହିଛନ୍ତି ଯୁବ ଭୋଟର । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । ତୃଣମୂଳ ସ୍ତରରୁ ହେଉଛି ଯୋଜନା । କେମିତି ଭୋଟର ମାନଙ୍କୁ ଆକୃଷ୍ଟ କରିବେ ସେ ନେଇ କସରତ ଦେଖିବାକୁ ମିଳିଲାଣି । ତେବେ ଦେଖିବାକୁ ରହିଲା କିଏ ବାଜିମାତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login