ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା । ରୋକିବା ପାଇଁ ଆବଶ୍ୟକ କି କାଉନସେଲିଂ ? ପରିବାର ଲୋକଙ୍କ ରହୁଛି କି ଗୁରୁ ଦାୟିତ୍ୱ । ସାମାନ୍ୟ କଥାରେ କାହିଁକି ନେଉଛନ୍ତି ଚରମ ନିଷ୍ପତ୍ତି ? କାହିଁକି ଦେଖା ଯାଉଛି ଏଭଳି ମାନସିକତା ? କାହିଁକି ଜୀବନ ବଞ୍ଚିବା ବୟସରେ ଜୀବନ ସାରି.ଦେବାକୁ ନିଷ୍ପତି ନେଉଛନ୍ତି ଯୁବପୀଢି। ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଉଛି । କେଉଁଠି ମୃତ୍ୟୁ ପରେ ଭାଇରାଲ୍ ହେଉଛି ଅଡିଓ,ଭିଡିଓ କଲ୍ ତ କେଉଁଠି ହାତ ଲେଖା ଚିଠି। ଆଉ କେଉଁଠି କାଣ ନଜଣାପଡି ସସପେନ୍ସ ରହିଯାଉଛି। ଭାଙ୍ଗି ଯାଇଥିବା ସମ୍ପର୍କକୁ ନେଇ ହେଉ କିମ୍ବା ପାରିବାରିକ କଳହକୁ ନେଇ ମର୍ମାହତ ହୋଇପଡି ଏଭଳି ପଦକ୍ଷପ ନେଉଛନ୍ତି କି ଯୁବପୀଢି? ତେବେ ଅନେକ ଆତ୍ମହତ୍ୟା ପଛର ଘଟଣା ରହି ଯାଇଛି ରହସ୍ୟ ଭିତରେ । ଏଭଳି ସ୍ଥିତିରେ ପରିବାର କଥା କିଏ ଭାବୁଛି? ସେମାନଙ୍କୁ ନ୍ୟାୟ ମିଳୁଛି କି ନାହିଁ ଏକଥା ବି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପୁଣି ଜଣେ ଅଭିନେତ୍ରୀ କମ ସିଙ୍ଗର ରୁଚିସ୍ମିତା ଗୁରୁ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟା ନେଇ କୈାଣସି ସଠିକ କାରଣ ଜଚ୍ଚା ପଡିନାହିଁ । ଏହା ପୂର୍ବରୁ ଡିଜେ ଆଜେକ୍ସ ବା ଅକ୍ଷୟ ମହାରଣା କରିଥିଲେ ଆତ୍ମହତ୍ୟା । ନିଜ ପ୍ରେମିକାଙ୍କ ପାଇଁ ଆପଣେଇଥିଲେ ମୃତ୍ୟୁ କୁ । ସେହିପରି ସୈାମ୍ୟ ରଂଜନ ପାଣିଗ୍ରାହୀ ଏବଂ ଦୁର୍ଗା ପ୍ରସାଦ ମିଶ୍ର ଆତ୍ମହତ୍ୟା କରିଛନ୍ତି । ସୈାମ୍ୟରଂଜନ ପାଣିଗ୍ରାହୀ ନିଜ ପ୍ରେମିକା ସିଙ୍ଗର ସୋନାଲି ନନ୍ଦଙ୍କ ପାଇଁ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଗା ପ୍ରସାଦ ମିଶ୍ର ଗତକାଲି ଓୟୋ ରୁମରେ ଝୁଲି ପଡିଥିଲେ ।
ତେବେ ନିଜ ପରିବାର ଲୋକଙ୍କ କଥା ଚିନ୍ତା ନ କରି ଏଭଳି ଭାବେ ମୃତ୍ୟୁକୁ କାହିଁକି ଆପଣେଇ ନେଉଛନ୍ତି । ଯଦି ଆମେ ରିପୋର୍ଟ ଦେଖିବା ତେବେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ଯୁବପିଢୀ ରହିଛନ୍ତି । ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋ ତଥ୍ୟ ଅନୁସାରେ ଓଡିଶାରେ ବଢିଛି ଆତ୍ମହତ୍ୟା ମାମଲା । ତେବେ ନିଜର କ୍ୟାରିୟର କରିବା ଲୋଭରେ ପରିବାର ଛାଡି ବାହାରକୁ ଆସି ବିଭିନ୍ନ ଚାପରେ ପଡି କରୁଛନ୍ତି ଆତ୍ମହତ୍ୟା । ଗତ ୫ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଓଙ୍ଗିଶାରେ ଆତ୍ମହତ୍ୟା ଘଟଣା ବଢିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ଆତ୍ମହତ୍ୟା ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।
ପ୍ରେମରେ ବିଫଳତା , ପାଠ ପଢାରେ ଅସୁବିଧା , କାମରେ ଚାପ ,ପରିବାରରେ ଅଶାନ୍ତି , ଖୁବ ଶୀଘ୍ର ସକସେସ ପାଇବାର ନିଶା, କର୍ମ କ୍ଷେତ୍ରରେ ବିଫଳତା ଏବଂ ଧୈ ର୍ଯ୍ୟ ହରା ହୋଇ କରୁଛନ୍ତି ଆତ୍ମହତ୍ୟା । ନିଜର କ୍ରୋଧ ଏବଂ ଭାବ ପ୍ରବଣତା କୁ କଣ୍ଟ୍ରୋଲ ନ କରି ପାରି ଆତ୍ମହତ୍ୟା ପରି ରାସ୍ତାକୁ ଆପଣେଇ ନେଉଛନ୍ତି ଯୁବପିଢୀ । କ୍ଷଣିକ ର ଦୁଖ ବା କଷ୍ଟ ପାଇଁ ନିଜ ଜୀବନ ହାରୁଛନ୍ତି ଲୋକେ ।

ତେବେ ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋ ତଥ୍ୟ ଅନୁସାରେ , ଭାରତରେ ପାରିବାରିକ ଅଶାନ୍ତି ପାଇଁ ୩୨.୪ ପ୍ରତିଶତ ଲୋକେ ଆତ୍ମହତ୍ୟା କରୁଛନ୍ତି । ସେହିପରି ଦୂରାରୋଗ୍ୟ ବ୍ୟାଧୀ ପାଇଁ ୧୭.୧ ପ୍ରତିଶତ ,ଡ୍ରଗ୍ସ ମଦ ଅଭ୍ୟାସ ଯୋଗୁଁ ୫.୬ ପ୍ରତିଶତ, ଦାମ୍ପତ୍ୟ ଜୀବନରେ ସମସ୍ୟା ଯୋଗୁଁ ୫.୫ ପ୍ରତିଶତ ଲୋକ , ପ୍ରେମ ସମ୍ପର୍କ ଯୋଗୁଁ ୪.୫ ପ୍ରତିଶତ , ରୁଣ ଗ୍ରସ୍ତ ଯୋଗୁଁ ୪.୨ ପ୍ରତିଶତ , ପରୀକ୍ଷାରେ ଅସଫଳତା ପାଇଁ ୨ ପ୍ରତିଶତ , ବେରୋଜଗାର ପାଇଁ ୨ ପ୍ରତିଶତ ଲୋକ ଆତ୍ମହତ୍ୟା ପରି ରାସ୍ତାକୁ ଆପଣାଇ ନେଉଛନ୍ତି ।
୨୦୨୦ରେ ରାଜ୍ୟରେ ୫,୪୮୨ ଜଣ ଓ ୨୦୨୧ରେ ୫, ୬୪୨ ଆତ୍ମହତ୍ୟା କରିଛନ୍ତି । ୨୦୧୬ -୨୦୨୧ ମଧ୍ୟରେ ଓଡିଶାରେ ମୋଟ ୨୮ ହଜାର ୩୪୯ ଜଣ ଆତ୍ମହତ୍ୟା କରୁଛନ୍ତି । କେବଳ ଭୁବନେଶ୍ୱରରେ ୨୦୧୭ ରେ ୨୩୧ ଜଣ ଆତ୍ମହତ୍ୟା କରିଛନ୍ତି । ୨୦୧୮ରେ ୨୨୪ , ୨୦୧୯ରେ ୨୨୯ , ୨୦୨୦ରେ ୩୧୦ , ୨୦୨୧ରେ ୨୮୧ ଜଣ ନିଜ ଜୀବନ ନେଇଛନ୍ତି । ଆଉ ସବୁଠୁ ବିଡମ୍ବନାର କଥା ହେଉଛି ୨୦୨୨ ରେ ୪୮ ପ୍ରତିଶତ ବୃଦ୍ଧି ପାଇ ୪୧୭ ଜଣ ଆତ୍ମହତ୍ୟା କରିଛନ୍ତି । ଆଉ ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ତେବେ ଆଜିର ସମୟରେ ସେଲିବ୍ରେଟି ମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଘଟୁଛି । ଭୁଲ ମାନସିକତା ପାଇଁ ଚାଲି ଯାଉଛି ଜୀବନ । ତେ ଏ ନେଇ କାଉନସେଲିଂ ଆବଶ୍ୟକ ବୋଲି କୁହାଯାଉଛି ।