ରାୟଗଡା : ମା’ ଗୃହ ପରିସରରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଚନ୍ଦ୍ରପୁର ହସ୍ପିଟାଲ ନିକଟ ମା’ ଗୃହ ପରିସରରୁ ମୃତଦେହ ଉଦ୍ଧାର । ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ମୃତ ଦେହକୁ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଛି । ସମ୍ପୂର୍ଣ ଶରୀର ପୋଡିଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଏହି ଘଟଣା ଘଟିଛି । ମୃତକଙ୍କ ନିଜ ଘର କାଶିପୁର ବ୍ଲକରେ। କିଭଳି ପରିସ୍ଥିତିରେ ନିଆଁ ଲାଗି ସେ ମୃତ୍ୟୁ ବରଣ କଲେ ତାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି ।
Views: 69