
ନୂଆପଡ଼ା: ଯୁବତୀଙ୍କୁ ଛୁରାମାଡ଼ କରି ଦୁଇ ଅଭିଯୁକ୍ତ ଫେରାର । ଏପରି ଘଟଣା ଘଟିଛି ନୂଆପଡ଼ା ଇନ୍ଦିରାନଗରପଡ଼ାରେ । ଛୁରାମାଡ଼ର ଶୀକାର ହୋଇଥିବା ଯୁବତୀ ହେଉଛନ୍ତି ପୁଷ୍ପାଞ୍ଜଳି ଅଦା । ପୁଷ୍ପାଞ୍ଜଳିଙ୍କ ଗାଲରେ ଛୁରିର ଆଘାତ ଲାଗିଛି । ତେବେ ଗୁରୁତର ଯୁବତୀଙ୍କୁ ଏବେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ନୁଆପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ ପ୍ରକି୍ରୟା ଜାରୀ କରିଛି । ସୂଚନା ଅନୁଯାୟୀ, ନିଜ ଘର ଆଗରେ ଯୁବତୀ ଜଣକ ଛିଡ଼ା ହୋଇଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସି ଯୁବତୀଙ୍କୁ ତୁମ ଭାଇ କେଉଁଠି ଅଛନ୍ତି ବୋଲି ପଚାରିଥିଲେ । ଏହା ଶୁଣି କଣ କାମ ଅଛି କୁହ ବୋଲି ପୁଷ୍ପାଞ୍ଜଳି ପଚାରିଥିଲେ। ପରେ ବାଇକ ଚାଳକ ଟିକେ ଆଗକୁ ଯାଇଥିଲେ ଏବଂ ପଛରେ ବସିଥିବା ଯୁବକ ହଠାତ ଗାଡିରୁ ଓହ୍ଲାଇ ପୁଷ୍ପାଞ୍ଜଳିଙ୍କ ତଣ୍ଟିରେ ଛୁରା ମାରିବା ସମୟରେ ପୁଷ୍ପାଞ୍ଜଳି ଘୁଞ୍ଚିଯିବାରୁ ଛୁରି ତାଙ୍କ ଗାଲରେ ବାଜି ଯାଇଥିଲା । ଛୁରାମାଡ଼ ପରେ ଉଭୟ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଓ ପାଖ ପଡୋଶି ଯୁବତୀଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ପ୍ରକି୍ରୟା ଆରମ୍ଭ କରିଛି । ତେବେ ଦୁଇ ଯୁବକ ମାସ୍କ ପିନ୍ଧିଥିବାରୁ ଗୁରୁତର ଯୁବତୀ ସେମାନଙ୍କୁ ଚିହ୍ନି ନଥିବା କହିଛନ୍ତି। ସେଥିପାଇଁ ଏବେ ବି ଆକ୍ରମଣର କାରଣ ଜଣା ପଡିନାହିଁ ।