କେନ୍ଦୁଝର : ଗାଁ ରାସ୍ତାରେ ଯୁବକଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଟ୍ରକ ଜାଳିଦେଲେ ଲୋକେ । ସଦର ଥାନା ରାୟଗୋଡା ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ବିନିନ୍ଦା ଗାଁର ହୋଇଥିବା ସୂଚନା । ସୂଚନା ଅନୁସାରେ ସନ୍ତୋଷ ରାସ୍ତା କଡରେ ଯାଉଥିବା ବେଳେ ଏକ ୧୪ ଟିକିଆ ଟ୍ରକ ଚଢିଯିବା ଯୋଗୁ ତାଙ୍କ ଅଣ୍ଟାରୁ ଉପର ଭାଗ ସମ୍ପୁର୍ଣ୍ଣ ଖଣ୍ଡ ବିଖଣ୍ଡ ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଟ୍ରକ ଡ୍ରାଇଭରଙ୍କ କୈାଣସି ସୂଚନା ମିଳିନାହିଁ । ସୂଚନା ପାଇ ମୟାକୋଟ ପୋଲିସ ଘଟଣାସ୍ଥଳରେ ପହଁଚି ଟ୍ରକ ଜୂତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Views: 67