The Ultimate Managed Hosting Platform
ADVERTISEMENT

ଯୁଦ୍ଧ ମୁହଁରେ ଫସିଥିବା ୧୬ ହଜାର ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି

Facebook
Twitter
LinkedIn

ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ସେଠାରେ ଫସିଛନ୍ତି । ଏହାରି ମଧ୍ୟରେ ନିଜ ଲୋକମାନଙ୍କୁ ଭାରତକୁ ଫେରାଇ ଆଣିବାକୁ କୂଟନୈତିକ ସ୍ତରରେ ବଡ ଧରଣର ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟ୍ଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍‌ ରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦେଇଛନ୍ତି ସରକାର ।


ଏହା ପୂର୍ବରୁ ୟୁକ୍ରେନରେ ଫସିଥିବା ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଭାରତୀୟଙ୍କୁୁ ୟୁକ୍ରେନରୁ ସୁରକ୍ଷିତ ଉଦ୍ଧାର କରିବା ସହିତ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଋଷ ଆକ୍ରମଣ ପରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିବାରୁ ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।
ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ ୪ ହଜାର ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି । ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ସେଠିକାର ରାଜଦୂତଙ୍କ ସହ କଥାବାର୍ତ୍ତା ଚାଲିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ସେହି ଦେଶଗୁଡିକ ସହ ଆଲୋଚନା ଜାରି ରଖିଛନ୍ତି । ଯେତେ ଶୀଘ୍ର ସମ୍ଭବ ଭାରତୀୟଙ୍କୁ ଯୁଦ୍ଧ ମୁହଁରୁ ଫେରାଇ ଅଣାଯିବ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login