ନୂଆଦିଲ୍ଲୀ : ତାଇଓ୍ଵାନ-ଚୀନ୍ ଭିତରେ ଘନେଇଲା ଯୁଦ୍ଧ ଆଶଙ୍କା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍ କରୁଥିବାରୁ ଚିହିଙ୍କି ଉଠିଛି ବେଜିଂ । ଗତକାଲି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ ଥିଏଟର କମାଣ୍ଡ ନୌସେନା ତଦାରଖ କରିଛନ୍ତି ଜିନପିଙ୍ଗ । ସୈନିକମାନଙ୍କର ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଆଧୁନିକ ପ୍ରଣାଳୀରେ ସୈନିକଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରକୃତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାଙ୍କୁ ଜିନପିଙ୍ଗ କହିଛନ୍ତି । ଆମେରିକା ବାଚସ୍ପତିଙ୍କୁ ତାଇଓ୍ଵାନ୍ ରାଷ୍ଟ୍ରପତି ଭେଟିବା ପରେ ସମରାଭ୍ୟାସ କରିଥିଲା ଚୀନ। ତାଇଓ୍ଵାନ ସୀମାରେ କରିଥିଲା ୩ଦିନିଆ ସମରାଭ୍ୟାସ । ଯୁଦ୍ଧଭ୍ୟାସ ନାଁରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଥିଲା। ତାଇଓ୍ଵାନ ଉତ୍ତର, ଦକ୍ଷିଣ ଓ ପୂର୍ବ ସୀମାରେ ଥିବା ଜଳ ଓ ବାୟୁସୀମାରେ ଯୁଦ୍ଧାଭ୍ୟାସ କରିଥିଲା ଚୀନ। ଏପଟେ ଚଳିତ ସପ୍ତାହରେ ଫିଲିପାଇନ୍ସ ସହ ବିରାଟ ସମରଭ୍ୟାସ କରିବ ଆମେରିକା।
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











