The Ultimate Managed Hosting Platform
ADVERTISEMENT

ଯୁଗ ଯୁଗର ପ୍ରତୀକ୍ଷା ପରେ ଆସିଛନ୍ତି ପ୍ରଭୁ ଶ୍ରୀରାମ -ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ଅଯୋଧ୍ୟା : ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ସକ୍ଷମ ଭାରତ ଉଦୟର ସାକ୍ଷୀ ବନିବ ରାମ ମନ୍ଦିର। ଆସିବାକୁ ଥିବା ସମୟ ସିଦ୍ଧିର , ଏ ସମୟ ଭାରତର। ଭାରତ ଏବେ ଆଗକୁ ଆଗକୁ ବଢି ଚାଲିବ। ଆମେ ଆଉ ଅଟକିବୁନି , ବିକାଶର ଆଗକୁ ଆଗକୁ ମାଡି ଚାଲିବୁ।
ଆଜିର ତାରିଖ ସର୍ବଦା ଚର୍ଚ୍ଚା ହେବ। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ। ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ। ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିଲେ। ପ୍ରାଣ ପ୍ରତିଷ୍ଠା ପରେ ଏବେବି ମୋର ହୃଦୟ ସ୍ପନ୍ଦିତ ହେଉଛି। ଏପରି ଏକ ଶୁଭ ସମୟକୁ ଦେଶବାସୀ ପ୍ରତୀକ୍ଷା କରିଥିଲେ। ଏହି ମୂହୁର୍ତ୍ତ ଅତ୍ୟନ୍ତ ଅଲୈାକିକ ଓ ପବିତ୍ର। ସମୟର କାଳଚକ୍ରରେ ଆଜିର ଦିନ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିଲେ। ଆମେ ଅତ୍ୟନ୍ତ ଭାଗ୍ୟବାନ , ଏହି ମୂହୁର୍ତ୍ତକୁ ଦେଖୁଛୁ।
ଯୁଗ ଯୁଗର ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ଆମ ରାମଲଲ୍ଲା ଏଣିକି ଆଉ ଟେଣ୍ଟରେ ନୁହେଁ ଭବ୍ୟ ମନ୍ଦିରରେ ରହିବେ । ଅନେକ ତ୍ୟାଗ, ବଳିଦାନ ପରେ ଶ୍ରୀରାମ ଆସିଛନ୍ତି’ । ଏହି ଶୁଭ ମୁହୂର୍ତ୍ତରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।
ମୋଦୀ କହିଲେ, ‘ରାମ ନିଆଁ ନୁହଁନ୍ତି ସେ ସକଳ ଶକ୍ତି, ;ସେ ବିବାଦ ନୁହଁନ୍ତି ସେ ସମାଧାନ । ରାମ ହିରୋ ଅଟନ୍ତି । ରାମ କେବଳ ଆମର ନୁହଁନ୍ତି ରାମ ସାରା ବିଶ୍ୱର । ରାମ କେବଳ ବର୍ତ୍ତମାନ ନୁହଁନ୍ତି ସେ ଅନନ୍ତକାଳ । ସମୟ ଥିଲା ଯେତେବେଳେ ଲୋକେ କହୁଥିଲେ, ରାମ ମନ୍ଦିର ହେଲେ ଦେଶରେ ନିଆଁ ଲାଗିଯିବ । ପ୍ରକୃତରେ ସେମାନେ ଭାରତର ସାମାଜିକ ଭାବର ପବିତ୍ରତାକୁ କେବେ ପରଖିପାରିନଥିଲେ । ରାମଲଲ୍ଲାଙ୍କ ଏହି ମନ୍ଦିର ନିର୍ମାଣ, ଭାରତୀୟ ସମାଜର ଶାନ୍ତି, ଧୈର୍ୟ୍ୟ , ସଦଭାବନା ଓ ସମନ୍ୱୟର ପ୍ରତୀକ ଅଟନ୍ତି । ଆମେ ଆଜି ସମସ୍ତେ ଦେଖୁେଉ ରାମ ମନ୍ଦିର ନିର୍ମାଣ ନିଆଁକୁ ନୁହେଁ ବରଂ ଶକ୍ତିର ସଞ୍ଚାର କରୁଛି’ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login