The Ultimate Managed Hosting Platform
ADVERTISEMENT

ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ନେଇ ଧର୍ମଶାଳା ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ

Facebook
Twitter
LinkedIn

ଯାଜପୁର : କରୋନା ମହାମାରୀ ଦିନକୁ ଦିନ ବଢୁଥିବା ସମୟରେ ପାଠ ପଢାରେ ଘୋର ସମସ୍ୟା ସୃଷ୍ଟି ହୋଇଛି । ବିଶେଷକରି ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ବେଶ୍ ପ୍ରଭାବ ପଡିଛି । ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ଦାବି କରିଆସୁଥିଲେ । ସେମାନଙ୍କ ଦାବିକୁ କେହି ଗୁରୁତ୍ୱ ନ ଦେବାରୁ ଆଜି ଯାଜପୁର ଜିଲ୍ଲା ଅର୍ନ୍ତଗତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରମାନେ ଧର୍ମଶାଳା ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାରକା- ନାକପୋଲ ମୁଖ୍ୟ ରାସ୍ତାକୁ ୨ ଘଂଟା ଧରି ଅବରୋଧ କରିଥିଲେ । ଫଳରେ ଉଭୟ ପକ୍ଷରୁ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ସେମିଷ୍ଟର ସରିନି,ଅନ୍ ଲାଇନ ରେ କ୍ଲାସ ଠିକ ଭାବେ ହୋଇନି, ମୋବାଇଲ ନେଟୱର୍କ ସମସ୍ୟା ସାଙ୍ଗକୁ ପାଠପଢ଼ା ସରିନି । ଏହି ସମୟରେ ତୁରନ୍ତ ପରୀକ୍ଷା କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଯାହାକୁ ବିରୋଧ କରି ଛାତ୍ରମାନେ ଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି । ତେବେ ପରୀକ୍ଷା ବାତିଲ ନ ହେଲେ ଆଗକୁ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

ADVERTISEMENT
ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ

୪୬ IAS , ୬୭ IPS ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟରେ ଆଇପିଏସ, ଆଇଏଏସ, ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୋହନ ମାଝୀ । ୪୬...

ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Login