ସୁନ୍ଦରଗଡ : ଯାଯାବର ଗଣହତ୍ୟା ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ ପୋଲିସକୁ ମିଳିଛି ଏହି ସଫଳତା । ଦୀର୍ଘ ୨୪ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ମାହାରାଷ୍ଟ୍ର ଓ କର୍ଣ୍ଣାଟକ ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି ।
ସୂଚନା ଅନୁଯାୟୀ ଗତ ୨୯ ତାରିଖରେ ସଦର ଥାନା କରମଡିହି ଗୀତପଡା ପଡିଆରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଅସ୍ଥାୟୀ ଟେଣ୍ଟରେ ଗୋଟେ ଗୋଷ୍ଠୀ ଶୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ହତ୍ୟା କରି ଫେଲ ମାରିଥିଲେ । ୪ ଜଣ ମୁଖାଧାରୀ ଦୁର୍ବୁତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିଲେ । ମହାରାଷ୍ଟ୍ର-କର୍ଣ୍ଣାଟକ ୨ ଯାଯାବର ଗୋଷ୍ଠୀଙ୍କ ଭିତରେ ଲା ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି ଗଣହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
Views: 36