The Ultimate Managed Hosting Platform
ADVERTISEMENT

ଯଯାତି କେଶରୀଙ୍କ ନାଁରେ ମେଡିକାଲ କଲେଜ, ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ । ପ୍ରସ୍ତାବକୁ ଅନୁମାଦେନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ଶିକ୍ଷା ବର୍ଷରୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଘୋଷଣା । ୧୦୦ ସିଟରେ ନାମଲେଖା ପାଇଁ ଏନଏମସିକୁ ଆବେଦନ କରିବେ ସରକାର । ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ ସହ ଅଭିନବ ଯାଯନଗର ତଥା ଆଧୁନିକ ଯାଜପୁର ସେତେବେଳର ସୋମବଂଶର ରାଜଧାନୀ ଥିଲା ।
ଆସନ୍ତାବର୍ଷ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ୟ୍ୟକ୍ଷମ ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁରରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି । ୪୬ ଏକର ଯାଗାର ମେଡିକାଲର କ୍ୟାମ୍ପସ ରହିଛି । ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଏଲଓପି ବା ଲେଟର ଅଫ ପରମିଶନ ପାଇଁ ଆବେଦନ କରିଛନ୍ତି । ଆସନ୍ତାଶିକ୍ଷା ବର୍ଷରୁ ୧୦୦ ଏମବିବିଏସ ସିଟ୍ରେ ନାମ ଲେଖା ହେବ । ଯାଜପୁରର ମେଡିକାଲ କଲେଜ କାର୍ୟ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login