The Ultimate Managed Hosting Platform
ADVERTISEMENT

ଯବାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମାଓବାଦୀ ବ୍ୟବହାର କରୁଛନ୍ତି ଡ୍ରୋନ

Facebook
Twitter
LinkedIn

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଓ ତେଲେଙ୍ଗାନାର ମାଓବାଦୀମାନେ ସୁରକ୍ଷା ବାହିନୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରୁଥିବା ଜଣାପଡ଼ିଛି। ସୁରକ୍ଷା ବାହିନୀ କେଉଁଆଡେ ଯାଉଛନ୍ତି ଓ କେଉଁ ସ୍ଥାନରେ ଲୁଚି ରହିବା ସ୍ଥାନ ଉପରେ ମାଓବାଦୀମାନେ ନଜର ରଖୁଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ବସ୍ତର ଅଞ୍ଚଳରେ ରହିଥିବା ମାଓବାଦୀ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଉପଲବ୍ଧ ଥିବା ଜଣାଯାଇଛି। ଡ୍ରୋନ କ୍ୟାମେରାଗୁଡ଼ିକ ଅନଲାଇନରେ ମିଳୁଥିବା ବେଳେ ତାହାକୁ କିଣିବା ସହଜ ହୋଇଯାଇଛି। ଏଥିସହ ବିବାହରେ ଭିଡିଓଗ୍ରାଫରମାନେ ଯେଉଁ ଡ୍ରୋନ ବ୍ୟବହାର କରୁଛନ୍ତି ସେଭଳି ଡ୍ରୋନ ବ୍ୟବହାର କରୁଛନ୍ତି। ଏହି ଡ୍ରୋନ ବ୍ୟବବାର ପାଇଁ ସେମିତି କୌଣସି ଅତ୍ୟାଧୁନିକ କୌଶଳର ଆବଶ୍ୟକତା ପଡ଼ୁନି। ଏନେଇ ସୁରକ୍ଷା ବାହିନୀ ରହୁଥିବା କେତେକ ସ୍ଥାନରେ ଡ୍ରୋନ ଉଡ଼ାଇବା ନେଇ ମଧ୍ୟ ପୁଲିସ କଠୋର ନିୟମ କରିଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login