ବେଙ୍ଗାଲୁରୁ: ଗ୍ରାଉଣ୍ଡରେ ଟଳିପଡିଲେ ଯୁବ କ୍ରିକେଟର। ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲାରେ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଟିମ୍ ୱିକେଟ ନେବା ଖୁସୀ ମନାଉଥିବା ବେଳେ କେ. ହୋୟସାଲ ହଠାତ ଟଳି ପଡିଥିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବେଙ୍ଗାଲୁରୁରେ । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।
ସୂଚନା ମୁତାବକ, କର୍ଣ୍ଣାଟକର କ୍ରିକେଟର କେ. ହୋୟସାଲା ହାର୍ଟ ଆଟାକରେ ମୃତ୍ୟୁ ବରଣ କରିଛନ୍ତି। ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏଜିସ ସାଉଥ ଜୋନ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ହୋୟସାଲା ମ୍ୟାଚ ଜିତିବା ଖୁସିରେ ବିଜୟ ଉତ୍ସବ ମନାଉଥିବା ବେଳେ ହାର୍ଟ ଆଟାକ ଆସିଥିଲା।
Views: 59