The Ultimate Managed Hosting Platform
ADVERTISEMENT

ମୌସୁମୀ ବର୍ଷାରେ ଧୋଇଗଲା ସିକିମର ରାସ୍ତା

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରବଳ ବର୍ଷା ପରେ ସିକିମ ସ୍ଥିତି ବେହାଲ। ଉତ୍ତର ସିକିମରେ ଫସି ରହିଛନ୍ତି ପ୍ରାୟ ଅଢେଇ ହଜାର ପର୍ୟ୍ୟଟକ। ରାଜ୍ୟରେ ମୌସୁମୀଜନିତ ପ୍ରବଳ ବର୍ଷାରେ ବନ୍ୟା ଆସି ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଠାରେ ରାସ୍ତା ଧୋଇଯାଇଛି। ଫଳରେ ୨ହଜାର ୪୭୫ ପର୍ୟ୍ୟଟକ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଯୁବ ପର୍ବତାରୋହୀ ଥିବା ଜଣାପଡ଼ିଛି। ନାମ୍ଚୀ ସରକାରୀ କଲେଜର ୬୦ଜଣ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ଅଟକି ରହିଛନ୍ତି। ଧୋଇଯାଇଥିବା ରାସ୍ତା ସିଙ୍ଗଟାମ୍, ଡିକ୍ଚୁ, ରଙ୍ଗରାନ, ମାଙ୍ଗାନ ଓ ଚୁଙ୍ଗଥାଙ୍ଗକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା। ଗତ ରାତି ଠାରୁ ଏମାନେ ଫସି ରହିଥିବା ବେଳେ ଉଦ୍ଧାର କାର୍ୟ୍ୟ ଚଳାଇଛି ବିଆରଓ ପ୍ରୋଜେକ୍ ସ୍ୱସ୍ତିକ। ଫସି ରହିଥିବା ଅଞ୍ଚଳରୁ ପର୍ୟ୍ୟଟକଙ୍କୁ ଉଦ୍ଧାର କରିବାକୁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ୩ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ଆର୍ମୀର ପିଆରଓ ମହେନ୍ଦ୍ର ରାଓତ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login