The Ultimate Managed Hosting Platform
ADVERTISEMENT

ମୌଳିକ ସମସ୍ୟାର ହେଲାନି ସମାଧାନ ନହେବାରୁ, ଭୋଟ୍ ବର୍ଜନ ଜିଦରେ ଅଟଳ ହେଲେ ଗ୍ରାମବାସୀ

Facebook
Twitter
LinkedIn

ଢେଙ୍କାନାଳ ୨୨।୨: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର‌୍ୟ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ଏନେଇ ଚାରିଆଡେ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ବୁଥ୍ ଗୁଡିକରେ ଭୋଟରମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଛି । ମାତ୍ର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଅନ୍ତର୍ଗତ ବାମ ପଂଚାୟତର ପାକଟମୁଣ୍ଡା ଗ୍ରାମର ବୁଥ୍ ପରିସର ଖାଁ ଖାଁ ପାଲଟିଛି । ତେବେ ଭୋଟର ଭୋଟ୍ ଦେଉନଥିବାରୁ ପୁଲିଂ କର୍ମଚାରୀମାନେ ଏକ ପ୍ରକାର ହାତ ବାନ୍ଧି ବସିଛନ୍ତି । ଏହି ପାକଟମୁଣ୍ଡା ଗ୍ରାମଟି ବଣ ଜଙ୍ଗଲ ଘେରା ଏକ ଆଦିବାସୀ ଅଂଚଳ । ଗ୍ରାମବାସୀ ଗ୍ରାମଟି ଯିବା ଆସିବା କରିବା ପାଇଁ ୩ଟି ନାଳ ଦେଇ ଆସିବାକୁ ପଡିଥାଏ । ସେପଟେ ଗାଁରେ ମୋବାଇଲ ନେଟୱର୍କ ନାହିଁ । ଫଳରେ ରାସ୍ତା, ମୋବାଇଲ ନେଟୱର୍କ ଓ ଗ୍ରାମରେ ପକ୍କା ରାସ୍ତା ଦାବିରେ ଏହି ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି । ଏପରିକି ପୂର୍ବରୁ ଏହି ଗ୍ରାମବାସୀ ଭୋଟ୍ ବର୍ଜନ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ଗ୍ରାମଟି କୌଣସି ପ୍ରାର୍ଥୀଙ୍କୁ ପୁରାଇ ଦେଉନଥିବା ବେଳେ ପ୍ରାର୍ଥୀମାନଙ୍କ ପୋଷ୍ଟର ମଧ୍ୟ ଚିରିବାସହ ନିଆଁ ଲଗାଇ ଦେଇଥିଲେ । ତଥାପି ଏହି ଗ୍ରାମବାସୀ ସେମାନଙ୍କ ସମସ୍ୟା ସମାଧାନ ନହେବାରୁ ବାଧ୍ୟ ହୋଇ ଭୋଟ୍ ବର୍ଜନ କରି ଜିଦରେ ରହିଛନ୍ତି । ଏହି ଗ୍ରାମର ଗୋଟିଏ ବୁଥ୍ ହୋଇଥିବା ବେଳେ ପ୍ରାୟ ୪ଶହ ଭୋଟର ଭୋଟ୍ ଦାନରୁ ବିରତ ରହିଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login