ମୋ ପୋଖରୀ ଖନନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବାଲେଶ୍ଵର ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ। ଅଭିଯୋଗ ମୁତାବକ ବସ୍ତା ବ୍ଲକ,ପାଉଁଶକୁଲି ପଞ୍ଚାୟତ, ପାଉଁଶକୁଲି ଓରଫ ରତନକୁଲି ଗ୍ରାମର ଉମେଶ କୁମାର ଜେନା ଯିଏକି କୃଷକ ସାଥୀ ଅଟନ୍ତି।

ସେ ମୋ-ପୋଖରୀ ଯୋଜନାରେ ପୋଖରୀ ଖନନ ପାଇଁ ଉକ୍ତ ପଞ୍ଚାୟତର ଗମ୍ଭାରିଆ ମୌଜା ଖାତା ନମ୍ବର ୪୫୯/୩୧୦, ପ୍ଲଟ ନମ୍ବର ୨୯୪ ,ପାଇଁ ଆବେଦନ କରି ସରକାରୀ ମଞ୍ଜୁର ପାଇଥିଲେ।ମାତ୍ର ସରକାରୀ ଭାବେ ମଞ୍ଜୁର ପାଇଥିବା ପ୍ଲଟରେ ପୋଖରି ଖନନ ନକରି, ରତନକୁଲି ମୌଜାର ଖାତା ନମ୍ବର ୧୨୪,ପ୍ଲଟ ନମ୍ବର ୨୩୪ ଯାହାକି ସରକାରୀ ଅନାବାଦୀ ସ୍ଥାନରେ ଚଞ୍ଚକତା କରି ବେଆଇନ ଭାବେ ପୋଖରି ଖନନ କରି ସରକାରୀ ଯୋଜନା କୁ ଆତ୍ମସାତ କରିଛନ୍ତି।

ଆଉ ଏହି କାମରେ ପାଉଁଶକୁଲି ପଞ୍ଚାୟତର କାର୍ଯ୍ୟରତ ଜିଆରଏସ ବଂଶୀଧର ବାରିକ ସହଯୋଗ କରିଛନ୍ତି ବୋଲି ରତନକୁଲି ଗ୍ରାମର ରତ୍ନାକର ନନ୍ଦି, ରାଧାକୃଷ୍ଣ ସେଠି, କାଳିଚରଣ ପାତ୍ର,ଗଣେଶ କୁମାର ଦେ,ଅଜୟ କୁମାର ସାହୁ , ବୃନ୍ଦାବନ ପଣ୍ଡା, ବାଇଧର ସିଂ, ସୁମନ୍ତ ସାହୁ,ପରମାନନ୍ଦ ଦେ, ବିକ୍ରମ ସିଂ,ଗୋପୀନାଥ ଦେ, ପୂର୍ଣ୍ଣଚନ୍ଦ୍ର ଦେ ,ଅଜୟ କୁମାର ଧଳ ପ୍ରମୁଖ ବାଲେଶ୍ଵର ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏନେଇ କୃଷକ ସାଥୀ ଉମେଶ ଜେନା ଅଭିଯୋଗ କୁ ଅସ୍ବୀକାର କରିବା ସହିତ, ସରକାରୀ ଭାବେ ମଞ୍ଜୁର ହୋଇଥିବା ସ୍ଥାନରେ ପୋଖରୀ ଖନନ ହୋଇଥିବା କହିଛନ୍ତି, ସେହିପରି ଜିଆରଏସ ବଂଶୀଧର ବାରିକ ଅଭିଯୋଗକୁ ଖଣ୍ଡନ କରି,ଏହି ଯୋଜନା ତାଙ୍କ ବିଭାଗର ନୁହଁ କିମ୍ବା ତାଙ୍କର କିଛି ସମୃକ୍ତି ନଥିବା କହିଛନ୍ତି।ତେବେ ତଦନ୍ତ ପରେ ଘଟଣାର ପ୍ରକୃତ ସତାସତ୍ୟ ସାମ୍ନାକୁ ଆସିବ।
