ଜଗତସିଂହପୁର : ରାଜ୍ୟରେ ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଓଡ଼ିଶା ପୋଲିସ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଭାବେ ରାତିଅଧିଆ ଗିରଫ କରିଛି। ସବୁଠୁ ଲଜ୍ଜାକର ଓ କ୍ଷୋଭର କଥା ଯେ ଶ୍ରୀ ପ୍ରଧାନଙ୍କ ନାମରେ ସରକାର ବିଭିନ୍ନ ମିଥ୍ୟା ମକଦ୍ଦମା ଦାୟର କରିଛନ୍ତି। ଯେଉଁ ଯେଉଁ ଆନ୍ଦୋଳନରେ ଶ୍ରୀ ପ୍ରଧାନ ଉପସ୍ଥିତ ନଥିଲେ ବା ଉପସ୍ଥିତ ଥିଲେବି ଠେଲାପେଲା, ଗଡ଼ାପଡ଼ା ରେ କିମ୍ବା ମହିଳା କନେଷ୍ଟବଲ ଙ୍କୁ ଆଦୌ ଅସଦ ବ୍ୟବହାର କରିନଥିଲେ ବି ତାଙ୍କ ନାମରେ ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ସଙ୍ଗୀନ ଦଫା ଶାସକ ଦଳର ରାଜନୈତିକ ଇଙ୍ଗିତରେ ଲଗାଯାଇଛି। ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରୁଥିବା ରାଜ ନେତାଙ୍କ ବିରୁଦ୍ଧରେ ଲାଗିଥିବା ଏହି ମାମଲାକୁ କେତେଦୂର ସତ୍ୟ ଓ ତଥ୍ୟ ଆଧାରିତ ଏହାକୁ ନିରପେକ୍ଷ ସଂସ୍ଥା ଦ୍ଵାରା ତଦନ୍ତ କରାଯାଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଓ ମୋ ଦଳର ମହା ସଚିବ ପ୍ରଦୀପ ପ୍ରଧାନଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ସହିତ ନିଃସର୍ଥ ଖଲାସ କରିବାକୁ ନେଇ ଏକ ଦାବିପତ୍ର ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ମୋ ଦଳ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ଟାଉନ ହଲ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା। ମୋ ଦଳର କର୍ମୀମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ଗଣ ସତ୍ୟାଗ୍ରହରେ ବସି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି କରିଥିଲେ।
“ମୋ ଦଳ”ର ମହାସଚିଙ୍କୁ ଗିରଫ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ସତ୍ୟାଗ୍ରହ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...