ଗଜପତି : ମୋହନାରେ ମୃଦୁ ଭୂମିକମ୍ପ । ଆଜି ସକାଳ ପ୍ରାୟ ୯ ଟା ୫ ମିନିଟ ସମୟରେ ଅନୁଭୂତ ହୋଇଛି ଭୂମିକମ୍ପ । ଗଜପତି ଜିଲ୍ଲା ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ । ଭୂମିକମ୍ପ ହେଉଥିବା ନେଇ ଲୋକେ ଜାଣିବା ପରେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ପ୍ରାୟ ୨ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୁତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସେହିପରି ଡିସେମ୍ବର ୨୮ରେ ମଧ୍ୟ ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା ।
Views: 31